କମ୍ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା: ବୈଠକରେ ନିଷ୍ପତ୍ତି

ପୁରୀ,ଏନ୍ଏନ୍ଏସ୍: ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ନାନପୂର୍ଣ୍ଣିମା କମ୍ ସଂଖ୍ୟାରେ ସେବାୟତମାନେ ଯୋଗଦେଇ ନୀତିକାନ୍ତିରେ ସମ୍ପର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନେ ସ୍ନାନ ପୂର୍ଣ୍ଣିମା ନୀତି କରିବା ନେଇ ମନୋନୀତ ହେବେ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପାସ ଯୋଗାଇ ଦିଆଯିବ। ସେମାନେ ପାସ ନେଇ ମନ୍ଦିର ଚାରିଦ୍ୱର ଦେଇ ପ୍ରବେଶ କରିପାରିବେ ।

୨୫ତାରିଖ ସୁଦ୍ଧା ସେମାନେ ସେବାୟତଙ୍କ ସଂଖ୍ୟା ଜଣାଇବେ, ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନିତି ନେଇ ବୈଠକରେ ଆଲୋଚନା ହୋଇଛି, ଚତୁର୍ଥ ପର୍ୟ୍ୟାୟ ଲକଡାଉନ ଅବଧି ସରିବା ପରେ ଜୁନ ୧ ସୁଦ୍ଧା ସ୍ପଷ୍ଟ ହେବ, କୋଭିଡ୍୧୯ର ନିର୍ଦ୍ଦେଶନାମା ଯାହା ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ।

ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି । ସେବାୟତ ମାନେ ନିଜେ ରଥଟାଣିବା ନେଇ ବୈଠକରେ ପ୍ରସ୍ତାବ ଦେଲେ, ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଚୁଡାନ୍ତ ନିଷ୍ପତି ନିଆଯିବ , ସେପଟେ ରଥନିର୍ମାଣ କରୁଥିବା ସଂପୃକ୍ତ ସେବକଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି, ପ୍ରଥମ ପର୍ୟ୍ୟାୟରେ ଆସିଥିବା ସମସ୍ତ ରିପୋର୍ଟ ନେଗେଟିଭ ରହିଥିବା ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀକ୍ରୀଷନ କୁମାର ।