ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଶାହଙ୍କ ବୈଠକ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ୧୨ ଜନପଥ ରୋଡରେ ୱାନ ନେସନ, ୱାନ ଇଲେକ୍ସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ୱାନ ନେସନ, ୱାନ ଇଲେକ୍ସନର ସମ୍ଭାବନାକୁ ଖୋଜିବା ଲାଗି ଗଠିତ ହୋଇଥିବା କମିଟିର ରାମନାଥ କୋବିନ୍ଦ ହେଉଛନ୍ତି ଚେୟାରମ୍ୟାନ୍ । ଅନ୍ୟପଟେ ଅମିତ ଶାହ ମଧ୍ୟ ଏହି ସମିତିର ସଦସ୍ୟ ରହିଛନ୍ତି ।

ରାମନାଥ କୋବିନ୍ଦ ଓ ଅମିତ ଶାହଙ୍କ ଭେଟଘାଟ ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ସରକାର କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୮ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ସମିତିର ଗଠନ ପାଇଁ ନୋଟିଫିକେସନ ଜାରି କରିଥିଲେ ।