ବିଷାକ୍ତ ସ୍କିନ କ୍ରିମ୍! ବେଆଇନ୍ ମେଡିସିନ୍ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଉପରେ ଚଢ଼ଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମେଡିସିନ୍ କ୍ରିମକୁ ସାଧାରଣ ଭାବେ ଏକ କସମେଟିକ୍ କ୍ରିମ୍ ଭାବେ ବ୍ୟବହାର କରାଯାଉଛି। ଏହି ମେଡିସିନଗୁଡ଼ିକୁ ଏକ ସଂସ୍ଥା ବେଆଇନ୍ ଭାବେ ରାଜଧାନୀର ବିଭିନ୍ନ ଦୋକାନଗୁଡ଼ିକୁ ସପ୍ଲାଇ କରୁଥିଲା। ଦେକାନୀମାନେ ଏହି ମେସିଡିନ୍କୁ ଜନସାଧାରଣଙ୍କୁ ଏକ ସାଧାରଣ କସମେଟିକ୍ କ୍ରିମ୍ ଭାବେ ବିକ୍ରି କରୁଥିଲେ।

ସାଧାରଣ ଲେକେ ଏହି କ୍ରିମ୍କୁ ବ୍ୟବହାର କରି ବିଭିନ୍ନ ଚର୍ମ ରୋଗରେ ପଡୁଥିଲେ। ଏହାର ଅଭିଯୋଗ ଓଡ଼ିଶା ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲରଙ୍କ ପାଖରେ ପହଞ୍ଚିଥିଲା। ଏହି ବେଆଇନ୍ କାର୍ଯ୍ୟ ପାଇଁ ମେଡିସନ୍ ଡିଷ୍ଟ୍ରିବ୍ୟୁଟର ଉପରେ ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲରଙ୍କ ଚଢ଼ଉ କରାଯାଇଥିଲା।

ଏହି ଚଢ଼ଉ ବେଳେ ଟର୍କ ଫାର୍ମାସିୟୁଟିକାଲ୍ ମେଡିସିନ୍ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ବେଳେ ତଦନ୍ତକାରୀ ଟିମ୍ ନୋ ସ୍କାର୍ସ ନାମକ ଏକ କସ୍ମେଟିକ୍ ମେଡିସିନକୁ ଜବତ କରିଛି।