ବଲାଙ୍ଗିିର,ଏନ୍ଏନ୍ଏସ୍: କଲେଜ ହଷ୍ଟେଲରୁ ମେଡିକାଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଛାତ୍ରୀ ଜଣଙ୍କ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ଛାତ୍ରୀ ଅଟନ୍ତି। ବୁଧବାର ବିଳମ୍ବିତ ରାତିରେ ହଷ୍ଟେଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ଛାତ୍ର ଜଣଙ୍କ ଭୀମ ଭୋଇ ମେଡିକାଲ କଲେଜରେ ତୃତୀୟ ବର୍ଷରେ ପାଠ ପଢୁଥିଲେ। ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ହଷ୍ଟେଲ ମଧ୍ୟରୁ ଉଦ୍ଧାର ହୋଇଥିଲା। କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଓ ପୁଲିସକୁ ଏନେଇ ଖବର ଦେବା ପରେ ବଲାଙ୍ଗିର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ନେଇ ପୁଲିସ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।