କୋଭିଡ ନିୟମ ଉଲ୍ଲଂଘନ: ମେଡିକାଲକୁ ସିଲ୍ କଲା ପ୍ରଶାସନ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଖୀରେଇଟାଙ୍ଗିରୀସ୍ଥିତ ଘଣା ମେଡିକାଲକୁ ମଙ୍ଗଳବାର ସଂଧ୍ୟାରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଓ ବେଆଇନ ଭାବରେ କୋଭିଡ ଟେଷ୍ଟ କରାଯାଉଥିବାରୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ା ଶୁଭେନ୍ଦୁ ସାଗର ନାଏକ, ବିପିଏମ୍ ଦୀପକ କୁମାର ନାଏକଙ୍କ ସମେତ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି ପ୍ରମୁଖ ମେଡିକାଲରେ ପହଞ୍ଚି ଉକ୍ତ ମେଡିକାଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରିଛନ୍ତି ।