ରାଜ୍ୟରେ ଖୋଲିବ ସମସ୍ତ ମେଡିକାଲ କଲେଜ

  • ଭୁବନେଶ୍ୱର: ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଗୁଡ଼ିକ ଖୁବଶୀଘ୍ର ଖୋଲିବାକୁ ଯାଉଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଡିଏମ୍ଇଟି ସିବିକେ ମହାନ୍ତିଙ୍କୁ ଚିଠି ଲେଖିଥିବା ଜଣାଯାଇଛି । ମେଡ଼ିକାଲ କଲେଜଗୁଡ଼ିକ ସହିତ ନର୍ସିଂ, ଫାର୍ମାସୀ ଓ ପାରାମେଡ଼ିକାଲ କଲେଜ ଖୋଲିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ମେଡ଼ିକାଲ କଲେଜ ଗୁଡ଼ିକ ଖୋଲିଲେ ବି ଥିଓରି କ୍ଲାସ ପୂର୍ବ ଭଳି ଅନ୍ଲାଇନ୍ରେ ହେବ। ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ପ୍ରାକ୍ଟିକାଲ କ୍ଲାସ ଓ ପରୀକ୍ଷା ଅନୁଷ୍ଠିତ ହେବ। ସାମାଜିକ ଦୂରତା ରକ୍ଷା କରି ତଥା ୫୦ ପ୍ରତିଶତ କ୍ଷମତାରେ କ୍ଲାସ ହେବ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଆଣି କଲେଜରେ ଦାଖଲ କରିବେ। ମେଡ଼ିକାଲ କଲେଜ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଟିକାକରଣ ହେବ। ପିଲାମାନଙ୍କର ପ୍ରାକ୍ଟିକାଲ କ୍ଲାସରେ କୋଭିଡ ଗାଇଡଲାଇନ ଉପରେ ଗୁରୁତ୍ୱ ଦିଆଯିବ। ଟିକା ନେଇ ନଥିବା ଛାତ୍ରଛାତ୍ରୀମାନେ ଯଦି ହଷ୍ଟେଲରେ ରହିବେ, ତଥାପି ସେମାନେ ପ୍ରାକ୍ଟିକାଲ କକ୍ଷକୁ ପ୍ରବେଶ କରିପାରିବେ ନାହିଁ। କଲେଜ କର୍ତ୍ତୃପକ୍ଷ ନିୟମିତଭାବେ ହଷ୍ଟେଲରେ ସ୍କ୍ରିନିଂ କରିବେ। କଲେଜ ପରିସରରେ ସାମାଜିକ, ଧାର୍ମିକ ଓ କ୍ରୀଡ଼ା ସମାବେଶ ହୋଇପାରିବ ନାହିଁ। ସରକାରୀ କାର୍ଯ୍ୟ ଦିବସରେ ଅଫିସ ଏବଂ ପ୍ରଶାସନିକ କାର୍ଯ୍ୟାଳୟ ଖୋଲା ରହିବ।