ନାଗରୋଟାରେ ଆତଙ୍କୀ ହାମଲାକୁ ନେଇ ଚିନ୍ତାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

କାଶ୍ମୀର,ଏଜେନ୍ସି: ଗତ ୧୯ ତାରିଖରେ ଜାମ୍ମୁ-କାଶ୍ମୀରର ନାଗରୋଟା ଅଞ୍ଚଳରେ ହୋଇଥିବା ଆତଙ୍କୀ ହାମଲାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗମ୍ଭୀରତାର ସହ ନିଆଯାଇଛି। ଏହି ଆତଙ୍କୀ ହାମଲାରେ ନିହତ ହୋଇଥିବା ୪ ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଥିଲା। ତେଣୁ ଉକ୍ତ ଆତଙ୍ଙ୍କବାଦ ସଂଗଠନ ପକ୍ଷରୁ ପୁଣି ଆକ୍ରମଣ ହୋଇପାରେ। ଏନେଇ ସଜାଗ ରହିବାକୁ କୁହାଯାଇଛି।

ସେହିପରି ଆଗକୁ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେବାକୁ ଥିବାବେଳେ ସେଥିରେ କିପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ବୈଦେଶିକ ମନ୍ତ୍ରାଳୟ ଗୁରୁତ୍ୱାରୋପ କରିଛି।