ଝାରସୁଗୁଡା,ଏନ୍ଏନ୍ଏସ୍:କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଚିକିତ୍ସାଳୟରେ ପହଞ୍ଚାଇବା ପାଇଁ ଏମସିଏଲ ଲଖନପୁର ପକ୍ଷରୁ ଏକ ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇଛି। ଏଥିରେ ଅକ୍ସିଜେନ ସିିଲିଣ୍ଡର ସହ ଅତ୍ୟାଧୁନିକ ଚିକିତ୍ସାର ଯନ୍ତ୍ରପାତି ରହିଛି। ଫଳରେ କୋଭିଡ ରୋଗୀଙ୍କୁ ଏହା ସାହାଯ୍ୟରେ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ପହଞ୍ଚାଯାଇ ପାରିବ। ଏହି ଆମ୍ବୁଲାନ୍ସକୁ ଏମସିଏଲ ସିଏମଡି ବିଏନ ଶୁକ୍ଲା ଉଦଘାଟନ କରିଥିବାବେଳେ ଓପି ସିଂ, କେଆର ବାସୁଦେବନ, ବିପି ଶର୍ମା, କେଶଭ ରାଓ, ବାବନ ସିଂ, ଏକେ ସିଂ ପ୍ରମୁଖ ଉପସ୍ଥିତ ଥିଲେ।