ଏମସିଏଲ ଲଖନପୁର ଖଣି କ୍ଷେତ୍ର ପ୍ରଦର୍ଶନ କଲେ କୋଲ ଇଣ୍ଡିଆ ଅଧ୍ୟକ୍ଷ

ଝାରସୁଗୁଡା,ଏନ୍ଏନ୍ଏସ୍ : ଏମସିଏଲ ଲଖନପୁର କୋଇଲା ଖଣି ଅ ଳକୁ ଶୁକ୍ରବାର କୋଲ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ପରିଦର୍ଶନ କରିଛନ୍ତି। ସେ ମାଇନିଙ୍ଗ କାର୍ଯ୍ୟ ତଦାରଖ କରିବା ସହ ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ଲୋକ ଓ ମସିନର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି ଏମସିଏଲକୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହ ଏମସିଏଲର କୋଇଲା ଉତ୍ପାଦନର ସମୀକ୍ଷା କରି କହିଛନ୍ତି ଦେଶର ୨୦ ପ୍ରତିଶତ କୋଇଲା ଚାହିଦା ଏମସିଏଲ ପୂରଣ କରିଥାଏ। ହେଲେ ବର୍ଷାଦିନେ କୋଇଲା ଉତ୍ପାଦନ ସାମନ୍ୟ ହ୍ରାସ ପାଇଥିଲା। ତେଣୁ ବର୍ତମାନ ଉତ୍ପାଦନ ବୃଦ୍ଧି କରି ଦେଶର ବିଭିନ୍ନ ପାଓାର ପ୍ଲାଂଟର ଶକ୍ତି ଚାହିଦା ପୁରଣ କରିବା ପାଇଁ ସେ ଏମସିଏଲକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଲଖନପୁର ବିସ୍ଥାପିତ ସଂଗ୍ରାମ୍ ସମତି ଖଣି ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଶ୍ରୀ ଅଗ୍ରୱାଲଙ୍କୁ ଏକ ୫ ଦଫା ଦାବି ପତ୍ର ପ୍ରଦାନ କରିଛି। ସଂଗ୍ରମା ସମିତି ପକ୍ଷରୁ କୁହାଯାଇଛଇ ଯେ, ଏମସିଏଲ ଲଖନପୁର ଏରିଆ ଖଣି ମାନଙ୍କ ଦ୍ୱାରା କ୍ଷତି ଗ୍ରସ୍ଥ ହୋଇଥିବା ଖଇରକୁନୀ, ଟିଙ୍ଗିସ୍ ମାଲ୍, ଦଲ୍ଲିପାଲି, ଉବୁଡ଼ା, କଲରାଝୁରୀ, ଚିଙ୍ଗିଡି ଗୁଡା, କୁସ୍ରାଲୋଇ, ଜାମକାନୀ, ଜୁରାବଗା, ବନ୍ଧବାହଲ, ଛର୍ଲା ଗ୍ରାମଗୁଡିକରେ ଖଣି ଖନନ ପାଇଁ ଜମି ଘର ହରାଇଥିବା ପ୍ରଜାମାନେ ଉପଯୁକ୍ତ କ୍ଷତି ପୂରଣ, ପୁନଃଇଥାନ୍ ଦିଗରେ ଏମସିଏଲ ଅବହେଳା କରୁଥିବା ଅଭିଯୋଗ କରୁଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ଏମସିଏଲ୍ ପକ୍ଷରୁ ଜମି ହରାଇ ଥିବା ଗୋଟିଏ ପରିବାରରେ ସଂଖ୍ୟାଧିକ ସଦସ୍ୟ ରହିଥିଲେ ମଧ୍ୟ ସେହି ପରିବାର ଅଳ୍ପ ଲୋକଙ୍କୁ ଚାକୀରି ଦିଆଯାଉଛି।

ପରିବାର ଅନ୍ୟ ସଦସ୍ୟ ମାନେ ଜମି ବାଡ଼ି ଘର ଢିହ ହରାଇ ଘୋର ଅଭାବ, ଅସୁବିଧାର ସମୁଖୀନ ହେଉଛନ୍ତି। ଓଡ଼ିଶା ସରକାରଙ୍କ ଆରଆର ପଲସୀ ୨୦୦୬ ଜେନେରାଲ ପ୍ରନିସ୍ ପୁଲକୋଲ୍ ଇଣ୍ଡିଆ ୨୦୧୨ ଅନୁସାରେ ଜମି ଅଧିଗ୍ରହଣ କରାଯାଉଥିବା ସମସ୍ତ ପ୍ରଜାମାନଙ୍କୁ ଥଇଥାନସ୍ଫ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଆଦେଶନାମା କରାଯାଇଥିଲେ ସୁଧ୍ୟା ଏମସିଏଲ୍ ଏହି ଦିଗରେ ଅବହେଳା କରୁଛି ବୋଲି ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ପୂର୍ବରୁ ଏମସିଏଲ ୧୦ ଡିସିମିଲ ଜମି ପ୍ରଦାନ କରୁଥିବା ବେଳେ ଏବେ ୪ ଡିସିମିଲି ଜମି ଯୋଗାଉଛି। ତେଣୁ ପୂର୍ବ ପରି ୧୦ ଡିସମିଲ ଜମି ଦିଆଯାଉ ବୋଲି ଦାବି କରାଯାଇଛି। ଏହାସହ କ୍ଷତି ପୂରଣ ବାବଦରେ ଏକର କୁ ୬ଲକ୍ଷ୍ୟ ପରିବର୍ତ୍ତେ ୨୦ଲକ୍ଷ୍ୟ ଟଙ୍କା ଦିଆଯାଉ ବୋଲି ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ସମିତିର ସଭାପତି ବିରଂଚି ସାହୁ, ଗୋପୀ ନାଥ ମାଝୀ, ସରୋଜ ଛଞ୍ଝଣ, ଅମୋଦ ଓରାମ୍, ରବି ନାରାୟଣ ସାହୁ ଭେଟି ପତ୍ର ପ୍ରଦାନ କରିଛନ୍ତି।