ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମୟୂରଭଞ୍ଜ ଜିଲ୍ଲାପାଳ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀଙ୍କୁ ୨ ଘଂଟାରୁ ଅଧିକ ସମୟ ଧରି ପାଠ ପଢ଼ାଇବା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଅଧ୍ୟୟନ କରି କିଭଳି ଭାବେ ନିଜର କ୍ୟାରିଅର ଗଠନ କରିପାରିବେ ସେ ସମ୍ପକରେ ଅବଗତ କରାଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ।

ଏଥିସହିତ ନିଜର ଲକ୍ଷସ୍ଥଳରେ ପହଂଚିବା ଏବଂ ନିଜକୁ ଜଣେ ସୁପ୍ରତିଷ୍ଠିତ ନାଗରିକ ଭାବେ ଗଢ଼ିତୋଳିବାକୁ ହେଲେ କ’ଣ କ’ଣ କରିବା ଦରକାର ସେ ସମ୍ପର୍କରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହାବ୍ୟତୀତ ନିଜ ଜୀବନର ଅଭିଜ୍ଞତାକୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଖରେ ଉପସ୍ଥାପନ କରାଇଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତର ମଧ୍ୟ ରଖିଥିଲେ ଜିଲ୍ଲାପାଳ ।

ଏମପିସି କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ନିଜ ଗହଣରେ ପାଇ ଅଧିକ ଉତ୍ସାହିତ ହେବା ସହ ଜିଲ୍ଲାପାଳଙ୍କ ଏହି ଦୁଇଘଂଟାର ମୂଲ୍ୟବାନ ଶିକ୍ଷାଦାନ, ପରାମର୍ଶ ଓ ଉପଦେଶ ଛାତ୍ରଛାତ୍ରୀମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଥିବାର ପରିଲକ୍ଷିତ ହୋଇଥିଲା ।