ରାଷ୍ଟ୍ରପତିଙ୍କୁ ଭେଟିଲେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଅନୁସୂଚନିତ ଜନଜାତି ସହ ଜଡ଼ିତ ଥିବା ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ଭେଟି ଔପଚାରିକ ଭାବେ ଶୁଭକାମନା ଜଣାଇଥିବା ମାୟାବତୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ବହୁଜନ ସମାଜବାଦୀ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ କରିଥିଲେ । ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏକୁ ମାୟାବତୀ ସମର୍ଥନ ଜଣାଇଥିଲେ ।