ନିର୍ବାଚନରେ ପରାଜୟକୁ ନେଇ ମାୟାବତୀଙ୍କ କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ମାୟାବତୀଙ୍କ ଦଳ ବିଏସପି( ବହୁଜନ ସମାଜ ପାର୍ଟି)କୁ ଗୋଟିଏ ବି ସିଟ ମିଳିନାହିିଁ। ଫଳରେ ମାୟାବତୀଙ୍କୁ ବଡ଼ ଧରଣର ଝଟକା ଲାଗିଛି। ଏ ନେଇ ଆଜି ବିଏସପି ଦଳର ସୁପ୍ରିମୋ ମାୟାବତୀ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାୟାବତୀ ଆଜି ମହାରାଷ୍ଟ୍ର ବିଏସପି ଅଧ୍ୟକ୍ଷ ସୁରେଶ ଶାଖରେଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଶାଖରେଙ୍କ ଉପରେ ଦୁର୍ବଳ ପ୍ରାର୍ଥୀ ଚୟନ କରିବା ନେଇ ଅଭିଯୋଗ ହୋଇଥିଲା। ଏଥିସହ ନିର୍ବାଚନ ପ୍ରଚାର କରିବା ବଦଳରେ ନାଗପୁର ଉତ୍ତର ଆସନରୁ ଶାଖରେ ନିର୍ବାଚନ ଲଢ଼ିଥିଲେ, ଯେଉଁଥିପାଇଁ ଦଳକୁ କ୍ଷତି ହୋଇଛି।