ଇନ୍ଦୋର ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲଙ୍କ ଆକର୍ଷଣୀୟ ଦ୍ୱିଶତକ

ଇନ୍ଦୋର : ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ନିଜର ସ୍ଥିତି ସୁଦୃଢ କରିଛି । ଆଜି ଭାରତୀୟ ଇନିଂସର ସବୁଠାରୁ ବଡ଼ ଆକର୍ଷଣ ହେଲା ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କ ଦ୍ୱିଶତକ । ଏହା ଫଳରେ ଭାରତ ଏପର୍ୟ୍ୟନ୍ତ ୪ ଓ୍ଵିକେଟ ହରାଇ ୩୭୬ ରନ ସଂଗ୍ରହ କରିଛି ଓ ବାଂଲା ଠାରୁ ୨୨୬ ରନରେ ଆଗୁଆ ଅଛି ।

ଗତ କାଲି ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଓପନ କରିଥିବା ମୟଙ୍କ ଚେତେଶ୍ୱର ପୂଜାରାଙ୍କ ସହ ମିଶି ଦଳର ସ୍ଥିତିକୁ ସୁଧାରିଥିଲେ । ପୂଜାରାଙ୍କ ଆଉଟ ପରେ ଅଧିନାୟକ ବିରାଟ କୋହଲୀ ମଧ୍ୟ ଶୂନରେ ଆଉଟ ହୋଇଯାଇଥିଲେ । ତେବେ ମୟଙ୍କ ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ ଅବ୍ୟାହତ ରଖିଥିଲେ । ବିରାଟଙ୍କ ପରେ ଆସିଥିବା ଅଜିଙ୍କ୍ୟ ରାହାଣେଙ୍କ ସହ ମିଶି ଦଳୀୟ ସ୍ଥିତିକୁ ସୁଦୃଢ କରିଥିଲେ । ଅଜିଙ୍କ୍ୟ ୮୬ ରନ କରି ଆଉଟ ହୋଇଥିଲେ ।