ଜନ୍ମଦିନରେ ମୋଦୀଙ୍କୁ ଉପହାର ମାଗିଲେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ କେନ୍ଦ୍ର ସରକାର କୃଷକଙ୍କ ସମସ୍ତ ଦାବିକୁ ମାନି ନେବା ଉଚିତ ବିଶେଷ କରି କୃଷି ଆଇନକୁ ରଦ୍ଦ କରିବାକୁ ମାୟାବତୀ ଇଚ୍ଛା ଜାହିର କରିଛନ୍ତି। କୃଷକ ନିଜ ଲାଭ ଓ କ୍ଷତି ଭଲ ଭାବେ ଜାଣିଛନ୍ତି ବୋଲି ମାୟାବତୀ କହିଛନ୍ତି।

ଉତ୍ତରପ୍ରଦେଶର ୪ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମାୟାବତୀ ଆହୁରି କହିଛନ୍ତି ଯେ, କେନ୍ଦ୍ର କିମ୍ବା ଉତ୍ତରପ୍ରଦେଶର ବିଜେପି ସରକାର ରାଜ୍ୟର ସାଧାରଣଲୋକଙ୍କୁ ଯଦି ମାଗଣାରେ କରୋନା ଟିକା ନଦିଅନ୍ତି ତେବେ ଏଥର ବିଏସପି ସରକାର ଗଠନ କଲେ ସମସ୍ତଙ୍କୁ ଏହି ସୁବିଧା ପ୍ରଦାନ କରିବ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି କୌଣସି ରାଜନୈତିକ ଦଳ ସହ ମହାମେଣ୍ଟ କରିବ ନାହିଁ। ପାର୍ଟି ନିଜ ବଳରେ ସବୁଠି ଏକାକୀ ଲଢ଼ିବ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି।