ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳାଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳାଫଳ। ଚଳିତବର୍ଷ ୨୧, ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୧୫, ୨୪୪ ଛାତ୍ରଛାତ୍ରୀ ପାସ କରିଛନ୍ତି। ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ୍ ମିଳିନାହିଁ। ଏ -୨ରେ ୧୦ ଜଣ, ବି-୧ରେ ୧୯୫ ଜଣ, ବି-୨ରେ ୯୩୦ଜଣ, ସିରେ ୧୯୦୨ ଜଣ, ଡ଼ିରେ ୩୧୪୦, ଇରେ ୯୦୬୭, ଏଫରେ ୬୨୧୮ ଜଣ ପିଲା ଉତ୍ତିର୍ଣ୍ଣ ହୋଇଛନ୍ତି।