ଭୁବନେଶ୍ବର,ଏନ୍ଏନ୍ଏସ୍: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସକାଳ ୭ ଟାରୁ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପହଞ୍ଚିଥିଲେ । ମୋଟ ୫ଲକ୍ଷ ୪୧ ହଜାର ୨୪୭ଜଣ ପରୀକ୍ଷାର୍ଥୀ ୩ହଜାର ୨୧୮ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି । ଯେଉଁ ସେଣ୍ଟରରେ ସମ୍ମେଟିଭ-୧ ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ-୨ ପରୀକ୍ଷା ହେବ ।
ପ୍ରଶ୍ନପତ୍ର ମହଜୁଦ ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାକୁ ନୋଡାଲ ସେଣ୍ଟର ଭାବେ ବ୍ୟବହାର କରାଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଏବଂ ମାଲକାନଗିରିରେ ୧୦ଟି ଥାନା ନୋଡାଲ ସେଣ୍ଟର ରହିଛି ।
ଖରାକୁ ଦୃଷ୍ଟିରୁ ରଖି ପାଣିର ବ୍ୟବସ୍ଥା, ଏଥିସହ ଇଲେକ୍ଟ୍ରିକ କିଭଳି ଭାବରେ ପରୀକ୍ଷା ସମୟରେ ନକଟା ଯିବ ସେନେଇ ମଧ୍ୟ ବିଦ୍ୟୁତ୍ ବିଭାଗକୁ ଜଣାଇ ଦିଆଯାଇଛି । ଅନେକ କ୍ଲାସ ରୁମରେ ମଧ୍ୟ ଇନଭଟର କନେକ୍ସନ ରଖାଯାଇଛି । ୧୦ରୁ ୨୦ ତାରିଖ ପରୀକ୍ଷା ସୂଚୀ ମଧ୍ୟରେ ୧୧,୧୨,୧୫,୧୭,୧୯ ତାରିଖ ପରୀକ୍ଷା ବନ୍ଦ ରହିବ । ପ୍ରତି ବିଷୟରେ ୮୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାରେ ୩୦ ମାର୍କ ସବଜେକ୍ଟିଭ ଏବଂ ୫୦ ମାର୍କ ଅବଜେକ୍ଟିଭ ପରୀକ୍ଷା ରହିଛି ।
କଡାକଡି ସୁରକ୍ଷା ବ୍ୟବସ୍ଥା: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେହିପରି ପରୀକ୍ଷା ହଲକୁ ଯେପରି ମୋବାଇଲ ଫୋନ ନଯାଏ ସେଥିପାଇଁ ବୋର୍ଡ ପକ୍ଷରୁ କୋଠର କଟକଣା ଜାରି କରାଯାଇଛି । ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷାରେ କପି ନିୟନ୍ତ୍ରଣ ପାଇଁ ବୋର୍ଡ ପକ୍ଷରୁ ୩୬ଟି ସ୍ପେସାଲ ସ୍ବାର୍ଡ ଗଠନ କରାଯାଇଥିବା ବେଳେ ଜିଲ୍ଲାସ୍ତରରେ ଡିଇଓମାନଙ୍କ ଦ୍ବାରା ୭୪ଟି ପ୍ଲାଇଂ ସ୍ବାର୍ଡ ଗଠନ କରାଯାଇଛି ।