ସିବିଏସଇ ଢ଼ାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସଇ ଢ଼ାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରିବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବ। ଏଥିସହିତ ଦଶମ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏହି ସମସ୍ତ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।

ଆଜି ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡର ଏଭଳି ବିଜ୍ଞପ୍ତି ନେଇ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ବା ଓଷ୍ଟା ପ୍ରଶ୍ନ ଉଠାଇଛି। ଗତକାଲି ଜିଲ୍ଲା ଶିକ୍ଷାଧିକାରୀଙ୍କ ବୈଠକ ହେଲା ଓ ତାପରେ ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ କରାଗଲା। ୨୪ ଘଣ୍ଟା ମଧ୍ୟ ସମୟ ଦିଆଯାଇନାହିଁ। ଏତେ କମ୍ ସମୟ ମଧ୍ୟରେ ତଥ୍ୟ ଦାଖଲ କରିବା ଅସମ୍ଭବ ବୋଲି ଓସ୍ତା କହିଛି।