ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ ଅଲାରୀ ଗ୍ରାମ ନିକଟରେ ଗତବର୍ଷ ଡିସେମ୍ବରରେ ହୋଇଥିବା ଏକ ଲୁଟ ମାମଲାରେ ଦାରିଙ୍ଗବାଡ଼ି ପୁଲିସ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି। ଗିରଫ ଡକାୟତ ଜଣକ ହେଲେ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗ୍ଲୁଡା ଗ୍ରାମର ବାଦେଙ୍ଗା ପ୍ରଧାନ।

ପ୍ରକାଶଥାଉକି, ଗତବର୍ଷ ଡିସେମ୍ବର ମାସ ୧୮ ତାରିଖରେ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ଦିଲୀପ କୁମାର ସାହୁ ମାସିକ କିସ୍ତି ଟଙ୍କା ଆଦୟ କରି ନେଇ ଫେରୁଥିଲେ। ସେହି ସମୟରେ ଅଲାରୀ ଛକ ନିକଟରେ ୩ଜଣ ଦୁର୍ବୃତ୍ତ ତାଙ୍କ ନିକଟରୁ ୧୩ହଜାରରରୁ ଊଦ୍ଧ୍ୱର୍ ଟଙ୍କା ଏବଂ ମୋବଇଲ ଓ ଟାବଲେଟ୍ ଲୁଟିନେଇଥିଲେ। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା ୯ମାସ ପରେ ଏହି ଘଟଣାର ମାଷ୍ଟରମାଇଣ୍ଡ ବାଦେଙ୍ଗା ପ୍ରଧାନକୁ ଦାରିଙ୍ଗବାଡ଼ି ଭାରପ୍ରାପ୍ତ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ରଙ୍କ ସମେତ ଏଏସ୍ଆଇ ଆର୍ ଭିମ୍ମାରାଓ ରେଡ୍ଡୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି।