ପ୍ରଥମ ଦିନରେ ‘ମାଷ୍ଟର’ ଆୟ କଲା ୩୫ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ୭ ମାସ ପରେ ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ସରକାରଙ୍କ ତରଫରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘ ୭ ମାସ ପରେ ସିନେମା ହଲ ଖୋଲିଛି। ଏହି ପରିପ୍ରେକ୍ଷୀରେ ପୋଙ୍ଗଲ୍‌ ଅବସରରେ ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପତିଙ୍କ ଅଭିନୀତ ଚଳଚ୍ଚିତ୍ର ‘ମାଷ୍ଟର’ ପ୍ରଥମ ଦିନରେ ୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର କରିଥିବା ‘ମାଷ୍ଟର’ ରାଜ୍ୟରେ ଗୋଟେ ଦିନରେ ଦ୍ୱିତୀୟ ସର୍ବାଧିକ ଟଙ୍କା ଆୟକାରୀ ଚଳଚ୍ଚିତ୍ରର ମାନ୍ୟତା ପାଇଛି।

ମହାମାରୀ କରୋନା କଟକଣା ଯୋଗୁଁ ୫୦ ପ୍ରତିଶତ ଦର୍ଶକରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ସାଧାରଣ ଦିନରେ ମୁକ୍ତିଲାଭ କରିଥିଲେ ଦୁଇଗୁଣା ଆୟ କରିଥାନ୍ତା ବୋଲି କୁହାଯାଉଛି। ଯାହା ଚଳଚ୍ଚିତ୍ର ଦୁନିଆରେ ଐତିହାସିକ ହୋଇଥାନ୍ତା ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି। ଚଳଚ୍ଚିତ୍ରରେ ବିଜୟ ସେଥୁପତି ଓ ଥାଲାପତି ବିଜୟଙ୍କ ଯୋଡ଼ି ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଥିବା ଜଣାପଡ଼ିଛି।