ମାସ୍କ ନପିନ୍ଧିଲେ ୧୦,୦୦୦ ଟଙ୍କା ଜୋରିମାନା

ନୂଆଦିଲ୍ଲୀ ,ଏଜେନ୍ସି: କୋଭିଡ୍ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ମାସ୍କ୍ ପରିଧାନ ଉପରେ କଟକଣାକୁ ଅଧିକ କଡାକଡି କରିଛନ୍ତି। ଯଦି କୌଣସି ବ୍ୟକ୍ତି ପ୍ରଥମ ଥର ମାସ୍କ୍ ପରିଧାନ ନକରି ଧରାପଡନ୍ତି, ତାହାହେଲେ ତାଙ୍କୁ ୧୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ। ଯଦି ସେହି ବ୍ୟକ୍ତି ଦ୍ୱିତୀୟ ଥର ଏହି ତ୍ରୁଟିକୁ ଦୋହରାଇବେ, ତାହାହେଲେ ତାଙ୍କ ବିରୋଧରେ ୧୦,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଘୋଷଣା କରିଛନ୍ତି। ଏହାବ୍ୟତୀତ ରାଜ୍ୟରେ ସପ୍ତାହାନ୍ତ ଲକ୍ଡାଉନ ଜାରି କରାଯାଇଥିବାବେଳେ ମେ’ ୧୫ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି।