ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସରକାର ଏକ ଯୋଜନା ଅନ୍ତଗର୍ତ ବୃଦ୍ଧଙ୍କୁ ଫ୍ରିରେ ଉଡ଼ାଜାହାଜ ଯାତ୍ରା କରାଉଛି । ‘ମୁଖ୍ୟମନ୍ତ୍ରୀ ତୀର୍ଥ ଦର୍ଶନ’ ଯୋଜନାରେ ୩୨ ବୃଦ୍ଧ ଆଜି ଇନ୍ଦୋରରୁ ଉଡ଼ାଜାହାଜରେ ସିରିଡ଼ିକୁ ତୀର୍ଥଯାତ୍ରା କରିଛନ୍ତି । ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଏକ ରେଗୁଲାର ଉଡ଼ାଜାହାଜ ଜରିଆରେ ସରକାରୀ ଖର୍ଚ୍ଚରେ ଆଗର-ମାଲବା ଜିଲ୍ଲାର ୬୫ରୁ ୭୬ ବୟସର ବରିଷ୍ଠ ନାଗରିକଙ୍କୁ ଏଥିରେ ସାମିଲ କରାଯାଇଛି ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ।