ବାରକୋଟ ବ୍ଲକରେ ମଶାରି ବଣ୍ଟନ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକରେ ଆଜି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରି ବଣ୍ଟନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟୁନୁ ମେହେର ଏହି ମଶାରି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ ଡ. ପ୍ରଭାତ କୁମାର ଓଝା, ସୁପରିଟେଣ୍ଡାଣ୍ଟ ଡ.ବାବୁ ସିଂ, ସିଡିପିଓ ପ୍ରବିଣା ମିଶ୍ର, ବିପିଏମ ଶୁଭ୍ରା ସ୍ୱାଇଁ, ପିଏଚଇଓ ରଘୁନାଥ ନାୟକ ପ୍ରମୁଖ ଯୋଗଦେଇ ଥିଲେ। ମ୍ୟାଲେରିଆ ଟେକନିକାଲ ସୁପରଭାଇଜର ଦୁର୍ଯ୍ୟଧନ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଆୟୋଜନରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଗାଁ କଲ୍ୟାଣ ସମିତି ସଦସ୍ୟମାନେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ବାରକୋଟ ବ୍ଲକରେ ସମୁଦାୟ ୬୮,୬୦୦ ମଶାରୀ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ସିଙ୍ଗିଲ ସାଇଜ ୯୩୦୦, ଡବଲ ସାଇଜ ୪୩୭୫୦ ଏବଂ ଫ୍ୟାମିଲି ସାଇଜ୧୫୫୫୦ ବଣ୍ଟନ କରାଯିବ। ଆଜି ଡଅଁରା ଗ୍ରାମରେ ୬୬୫ଟି ମଶାରୀ ବଣ୍ଟନ କରାଯାଇଥିବା ଜଣାଯାଇଛି ।