ମାରୁତି ସୁଜୁକି ୨ଦିନ ପାଇଁ ବନ୍ଦ କରିବ ଉତ୍ପାଦନ

ଭାରତର ସବୁଠୁ ବଡ଼ କାର୍ ନିର୍ମାତା ମାରୁତି ସୁଜୁକି ୨ଦିନ ପାଇଁ ଉତ୍ପାଦନ ବନ୍ଦ କରିବ ବୋଲି ଷ୍ଟକଏକ୍ସଚେଞ୍ଜର ଏକ ଇସ୍ତହାରରେ ପ୍ରକାଶ ପାଇଛି। ହରିୟାନାର ଗୁରଗାଓଁ ଓ ମାନେସାରର ଦୁଇ ପ୍ଲାଣ୍ଟରେ ଆସନ୍ତା ୭ ଓ ୯ ସେପ୍ଟେମ୍ବର ୨ଦିନ ଧରି ଉତ୍ପାଦନ ବନ୍ଦ ରହିବବୋଲି ଜଣାପଡ଼ିଛି।
ମାରୁତି ସୁଜୁକି ଇଣ୍ଡିଆ ଅଗଷ୍ଟ ମାସରେ ଉତ୍ପାଦନ ୩୩.୯୯ ପ୍ରତିଶତ କମ୍ କରିଥିଲା। ବିଗତ ୭ମାସ ଧରି ଏହି କାର୍ କମ୍ପାନୀ ଉତ୍ପାଦନକୁ ଘଟାଇ ଚାଲିଛି। କମ୍ପାନୀର ରିପୋର୍ଟରୁ ପ୍ରକାଶ ଯେ ଗତ ଅଗଷ୍ଟ ମାସରେ ୧ଲକ୍ଷ ୬୮ହଜାର ୩୨୫ୟୁନିଟ ଉତ୍ପାଦନ କରିଥିବାବେଳେ ଯାହାକି ୧୯୧୮ ମସିହା ଅଗଷ୍ଟରେ ଏହା ୧ଲକ୍ଷ ୬୮ହଜାର ୭୨୫ୟୁନିଟ ଉତ୍ପାଦନ କରିଥିଲା।