ଅଧାରେ ରହିଲା ବାହାଘର, ଖାଲି ହାତରେ ଫେରିଲା ବର

ବାଲେଶ୍ୱର,ଏନ୍ଏନ୍ଏସ୍: ରୋଷଣି କରି ବାହା ହେବାକୁ ଆସିଥିବା ବର ଖାଲି ହାତରେ ଫେରି ଯାଇଥିବା ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନାବାଳିକକୁ ବିବାହ କରିବା ପଡ଼ିଲା ମହଙ୍ଗା। ଖାଲି ହାତରେ ଫେରିଗଲା ବର। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଧିନ ସରଙ୍ଗପୁର ଗ୍ରାମରେ ।

ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଧିନ ସରଙ୍ଗପୁର ଗ୍ରାମର ଲକ୍ଷ୍ମଣ ମହାରଣାଙ୍କ ନାବାଳିକା ଝିଅ ଲୋପିତା ମହାରଣାଙ୍କୁ ବିବାହ କରାଯାଉଥିଲା । ଏନେଇ ଚାଇଲ୍ଡ ଲାଇନ ବିଭାଗ ଜାଣିବାକୁ ପାଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ପହଁଚି ବାହାଘର ବନ୍ଦ କରିଥିଲେ । ଏବଂ ବାହାହେବାକୁ ଆସିଥିବା ବର ଖଇରା ଥାନା ତୁଡିଗଡିଆ, ଡାଲଙ୍ଗ ଗ୍ରାମର ଶରତ ମହାରଣା ।

ତେବେ ଶରତ ଶିଶୁ ପାଳ ହୋଇ ଘରକୁ ଫେରିଥିଲେ । ସେପଟେ କନ୍ୟାର ପରିବାର ଲୋକେ ଚାଇଲ୍ଡ ଲାଇନକୁ ଅଟକ ରଖିଥିଲେ । ଘଟଣା ସ୍ଥଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । କିନ୍ତୁ ପରିବାର ଲୋକେ ଜାଣିଶୁଣି କାହିଁକି ତାଙ୍କ ନାବାଳିକା ଝିଅକୁ ବିବାହ କରାଉଥିଲେ ତାକୁ ନେଇ ପ୍ରଶ୍ନ ଉଠଉଛି ।