ପ୍ରବଳ ଗହଳି ଯୋଗୁ ଭୁବନେଶ୍ୱର ମାର୍କେଟ୍ ବିଲଡିଂ ସିଲ୍

ଭୁବନେଶ୍ୱର : ପ୍ରବଳ ଗହଳି ଯୋଗୁ ଭୁବନେଶ୍ୱର ମାର୍କେଟ୍ ବିଲଡିଂ ସିଲ୍। ସିଲ୍ କଲେ ଭୁବନେଶ୍ୱର ମହାନଗର ନିଗମ ନୋଡାଲ ଡେପୁଟି କମିଶନର। ରଜ ପର୍ବ ଆଉ ଦୁଉ ଦିନ ଥିବାରୁ କିଣାକିଣି କରିବା ପାଇଁ ମାର୍କେଟ ବିଲିଡିଂକୁ ଯାଇଥିଲେ ଲୋକେ। ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କିଣାକିଣି କରିଲାବେଳେ ଲୋକମାନେ ସମାଜିକ ଦୂରତା ନିୟମ ମାନୁନଥିଲେ। ଶନିବାର ଓ ରବିବାର ସଟଡାଉନ୍ ଥିବାରୁ ଲୋକେମାନେ ସପିଂ କରିବା ପାଇଁ ମାର୍କେଟ ଯାଇଥିଲେ। ସରକାର ମଧ୍ୟ ଆଜି ଗୋଟିଏ ଦିନ ପାଇଁ ରାତ୍ରି କର୍ଫ୍ୟୁ ୧୦ଟା ଯାଏଁ ବଢ଼ାଇଥିଲେ। ଲୋକମାନେ କିଣାକିଣି କରିଲାବେଳେ କୋଭିଡ-୧୯ର ସବୁତକ ଗାଇଡଲାଇନ୍ ଭୂଲି ସପିଂ କରିବାରେ ବ୍ୟସ୍ତ ରହିଲେ। ବତ୍ତର୍ମାନ ମାର୍କେଟ ବିଲଡିଂର ସବୁତକ ଦୋକନକୁ ସିଲ୍ କରାଯାଇଛି। ଏନେଇ ଦୋକାଦୀମାନଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।