ଭୁବନେଶ୍ୱର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡ ନିୟମ ଉଲ୍ଲଂଘନ ହେଉଥିବାରୁ ଭୁବନେଶ୍ୱର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ କଲା ବିଏମସି। ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ଆସନ୍ତା ୪୮ ଘଣ୍ଟା ପାଇଁ ସିଲ୍ କରିଛି ବିଏମ୍ସି । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗ ପରେ ବିଏମସି ଏବଂ କମିସନରେଟ୍ ପୁଲିସ ପକ୍ଷରୁ ମଳିତ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଲୋକମାନେ ପ୍ରବଳ ଭିଡ଼ ଜମାଇଥିଲେ । ଏଣୁ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରକାଶ ଯେ, ଗୁରୁବାର ଏବଂ ଶୁକ୍ରବାର ମାର୍କେଟ୍ ବିଲ୍ଡିଂ ସିଲ୍ ଥିବାରୁ ବନ୍ଦ ରହିବ। ଏହା ପରେ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟଡାଉନ୍ ଥିବାରୁ ମାର୍କେଟ୍ ବନ୍ଦ ରହିବ । ଆସନ୍ତା ସୋମବାର ଦିନ ଠାରୁ ସ୍ୱାଭାବିକ ହେବ ମାର୍କେଟ୍ ବିଲ୍ଡିଂ ।