ହାଟଡିହି,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ହାଟଡ଼ିହି ବ୍ଲକର ହାଟଡ଼ିହି ଦମକଳ କେନ୍ଦ୍ର ପକ୍ଷରୁ ୨ଦିନିଆ ସଟଡାଉନ ସମୟରେ ଛେନାପଦୀ ବଜାର ବିଶୋଧନ କରାଯାଇଛି। ପୁରା ରାଜ୍ୟରେ କରୋନାର ଭୟାବହତାକୁ ନେଇ ସାର ରାଜ୍ୟରେ ଲକଡାଉନ ଥିବା ବେଳେ ଦମକଳ କେନ୍ଦ୍ରର ସୈନିକମାନେ କରୋନା ଯୋଦ୍ଧା ସାଜି ସାରା ହାଟଡ଼ିହି ବ୍ଲକର ସମସ୍ତ ପଞ୍ଚୟତକୁ ବିଶୋଧନ କରୁଛନ୍ତି। ଅନୁରୂପ ଭାବେ ଆଜି ଛେନାପଦୀ ବଜାରରେ ପ୍ରତିଦିନ ବହୁ ଲୋକ କାରବାର କରିବାକୁ ଆସୁଥିବାରୁ ଆଜି ସକାଳୁ ୩୬ ଘଣ୍ଟିଆ ସଟଡାଉନ କରାଯାଇଛି। ତେଣୁ ପୂରା ବଜାରକୁ ବିଶୋଧନ ପାଇଁ ହାଟଡ଼ିହି ଦମକଳ କେନ୍ଦ୍ର ଅଧିକାରୀ ସୂର୍ଯ୍ୟମଣୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ମହିମା ଦଳେଇ, ସୁଶାନ୍ତ କୁମାର ନାୟକ, ମାନଭଞ୍ଜନ ସାହୁ ବଜାରକୁ ସାନିଟାଇଜ କରିଛନ୍ତି।