ଯବାନଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ଛତିଶଗଡ଼,ଏଜେନ୍ସି: ମାଓବାଦୀଙ୍କ ବର୍ବର କାଣ୍ଡ। ଯବାନଙ୍କୁ ଅପହରଣ ପରେ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମାର କାନ୍ଦାପେଣ୍ଟାରେ ନୃଶଂସ କାଣ୍ଡ ଘଟାଇଛନ୍ତି। ସହିଦ ଯବାନ ଜଣଙ୍କ ବେଟି ଭୀମା। ସୂଚନା ଅନୁସାରେ ଗତକାଲି ରାତ୍ରି ସମୟରେ ୧୦ରୁ ଊର୍ଦ୍ଧ୍ୱ ମାଓବାଦୀ ଯବାନଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି। ଆଜି ସକାଳୁ ଉକ୍ତ ଯବାନଙ୍କ ମୃତ ଦେହ ଗ୍ରାମରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ପରେ ପରିବାର ଲୋକ ଓ ପୁଲିସକୁ ସୂଚନା ଦିଆଯାଇଥିଲା।