ଜିଆରଏସଙ୍କୁ ମାଓବାଦୀଙ୍କ ଧମକ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ତଥା ଚିତ୍ରକୋଣ୍ଡା ବ୍ଲକ୍ରଯୋଡାମ୍ବ ପଞ୍ଚାୟତର ଜିଆରଏସଙ୍କୁ ମାଓବାଦୀଙ୍କ ଧମକ ଦେଇଥିବା ଜଣାପଡ଼ିଛି। ମାଓ ସଂଗଠନର କୁଡୁମୁଲୁଗୁମ୍ମା ଏରିଆ କମିଟି ନାମରେ ଏକ ହାତଲେଖା ଚିଠି ମିଳିଛି।

କୌଣସି ମାଓ ସଂଗଠନର କର୍ମକର୍ତ୍ତାଙ୍କ ନାମ ଦର୍ଶାଯାଇ ନଥିବା ବେଳେଯୋଡାମ୍ବର ଜିଆରଏସ୍ ପୁଲିସ ଓ ବିଏସଏଫ କ୍ୟାମ୍ପରେ ଖବରଦାତା କାମ କରି ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି। ସ୍ପିଲୱେଗ୍ରାମର ଲୋକଙ୍କୁ ବିନା ଦୋଷରେ ମାଓବାଦୀ ନାମରେ ବିଏସ୍‌ଏଫ୍‌କୁ କହି ଗିରଫ କରାଇବା ଭଳି ବହୁ ଅଭିଯୋଗ ରହିଥିବାବେଳେ ଆଗାମୀ ଦିନରେ ଯଦି ଏପରି ଜାରି ରହେ ତେବେ ପ୍ରଜାକୋର୍ଟରେ ଦଣ୍ଡ ଦିଆ ଯିବ ବୋଲି ମାଓବାଦୀମାନେ ଏକ ଚିଠିରେ ଧମକ ଦେଇଥିବା ଜଣାଯାଇଛି।