ଦୀର୍ଘ ଦିନର ନୀରବତା ପରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ବ୍ରିଜରେ ଲଗିଲା ମାଓ ପୋଷ୍ଟର

ବାଲିଗୁଡ଼ା,ଏନ୍ଏନ୍ଏସ୍: ବାଲିଗୁଡ଼ା ଥାନା ଲଣ୍ଡାଗାଁ ବ୍ରିଜ ଠାରେ ଲାଗିଲା ମାଓ ପୋଷ୍ଟର। ସୂଚନା ଥାଉକି ଆଜି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସୀମାନ୍ତ ଲଣ୍ଡାଗାଁ ବ୍ରିଜ ଠାରେ କେକେ ବିଏନ୍ ମାଓ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲାଗିଛି। ମେ’ ୨୦ ତାରିଖରେ ଓଡିଶା ଓ ପୂର୍ବ ଛତିଶଗଡ଼ ରାଜ୍ୟକୁ ୨୪ ଘଣ୍ଟିଆ ବନ୍ଦ ପାଳନ କରିବା ପାଇଁ ଉଲ୍ଲେଖ ରହିଛି। ଏବଂ ପୁଲିସ ଓ ସିଆରପିଏଫକୁ ବିରୋଧ କରାଯାଇଛି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଜନସାଧାରଣ ଭୟଭିତ ହୋଇରହିଥିବା ଜଣାପଡ଼ିଛି।