ମାଓବାଦୀମାନେ ବୋମା ପୋତିଥିବା ସନ୍ଦେହ: ତଲାସୀ ଜାରୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଳ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି-୧୨୬ ଗ୍ରାମ ନିକଟସ୍ଥ ଏକ ପୋଲ ତଳେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ପୋତାଯାଇଥିବା ସନ୍ଦେହ କରି ବି.ଏସ.ଏଫ ଜବାନମାନେ ତଲାସ ଜାରୀ ରଖିଛନ୍ତି। ଏମ.ଭି-୭୨ସ୍ଥିତ ୭୬ ବାଟାଲିୟନର ବି.ଏସ.ଏଫ କ୍ୟାମ୍ପର ଜବାନମାନେ ତଲାସୀ ଅଭିଯାନରେ ବାହାରିଥିବା ବେଳେ ଏମ.ପି.ଭି-୧୨୬ ଗ୍ରାମ ନିକଟସ୍ଥ ଏକ ପୋଲ ତଳେ କିଛି ବିଦ୍ୟୁତ ତାର ଥିବା ଦେଖିବାକୁ ପାଇଥିଲେ।

ତେବେ ଏଥିରେ ମାଓବାଦୀମାନେ ବୋମା ଖଞ୍ଜିଥିବା ସନ୍ଦେହ କରି ବୋମା ନିଷ୍କ୍ରିୟକାରୀ ଦଳକୁ ଡାକିଥିଲେ। ଏଥିସହ ସନ୍ଧାନୀ କୁକୁରର ମଧ୍ୟ ନେଇ ତଲାସୀ ଆରମ୍ଭ କରିଥିଲେ। ତେବେ ପ୍ରାୟ ୨ ଘଂଟା ଧରି ସଂପୃକ୍ତ ସ୍ଥାନକୁ ଖୋଳିବା ପରେ ସେଠାରେ ବୋମା ନଥିବା ଜଣାପଡ଼ିଛି। ତେବେ ଘଟସ୍ତାସ୍ଥଳରୁ କେଳବ କିଛି ବିଦ୍ୟୁତ ତାର ଜବାନମାନେ ଜବତ କରିଛନ୍ତି ।