୧୫ ଯୋଡ଼ି ମାଓବାଦୀଙ୍କ ବିବାହ କରାଇଲା ପୁଲିସ

ମାଲକାନଗିରି,ଏନ୍ଏନ୍ଏସ୍: ଫେବୃଆରୀ ମାସ ୧୪ ତାରିଖକୁ ସାରାବିଶ୍ୱ ପାଳୁଛି ଭାଲେଣ୍ଟାଇନ ଡେ ଭାବେ ପାଳନ କରୁଛି । ତେବେ ଏହି ଦିବସଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ପୁଲିସ ପାଇଁ କିଛି ଅଲଗା ଥିଲା। ମାଓ ସଙ୍ଗଠନ ଛାଡି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଛତିଶଗଡ଼ ପୁଲିସ ଦାନ୍ତେୱାଡାର କାରଲୀଠାରେ ବିବାହ କରାଇଛି। ଦିନେ ଯେଉଁ ହାତରେ ବନ୍ଧୁକ ଥିଲା, ଆଜି ସେଇ ହାତରେ ଫୁଲମାଳା ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାଓବାଦୀ। ଗୋଟିଏ କି ଦୁଇଟି ନୁହେଁ ପନ୍ଦର ଯୋଡିକୁ ଦନ୍ତେୱାଡ଼ା ପୁଲିସ ବିବାହ କରାଇଛି। ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ପୁଲିସର ଏହା ଏକ ନିଆର ପ୍ର୍ରୟାସ ଥିଲା। ବିବାହବେଳେ ଆଦିବାସୀ ସଂସ୍କୁତିର ଝଲକ ଦେଖିବାକୁ ମିଳିଥିଲା ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲ୍ଲବଙ୍କ ଏଭଳି ପ୍ର୍ରୟାସଙ୍କୁ ବିଭିନ୍ନ ମହଲାରେ ପ୍ରସଂଶା କରାଯାଉଛି।