କଳାହାଣ୍ଡି,ଏନ୍ଏନ୍ଏସ୍: କିଛି ଦିନର ନୀରବତା ପରେ ପୁଣି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ନିକଟସ୍ଥ ତୁଜୁଙ୍ଗ ଗାଁ ନିକଟ ରେ ଥିବା ଏକ ଗଛରେ ଲାଗିଛି ମାଓ ବ୍ୟାନର। ତୁଜଙ୍ଗ ଗାଁ ରେ ଥିବା ଶ୍ରୀ ଏଜୁକେସନ ନାମକ ଶିକ୍ଷା ଅନୁଷ୍ଠାନକୁ ଟାର୍ଗେଟ କରିଛନ୍ତି ମାଓବାଦୀ।
ବ୍ୟାନରରେ ଶ୍ରୀ ଏଜୁକେସନରେ ପାଠ ପଢୁଥିବା ଝିଅମାନଙ୍କୁ ଶାରିରୀକ ନିର୍ଯ୍ୟାତନା ଦିଆଯାଉଥିବା ବେଳେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ଏଥିପ୍ରତି ସରକାର ପଦକ୍ଷେପ ନେବା ସହ ଝିଅ ମାନଙ୍କୁ ସୁରକ୍ଷା ଦେବା ସହ ସିପିଆଇ ମାଓବାଦୀ ପକ୍ଷରୁ ବ୍ୟାନର ମରାଯାଇଥିବା ଉଲ୍ଲେଖ ରହିଛି। ଆଜିର ଏହି ପୋଷ୍ଟର ପରେ ଅଞ୍ଚଳରେ ପୁଣି ଚର୍ଚ୍ଚା ଜୋର ଧରିଛି।