ବସ‌ଷ୍ଟାଣ୍ଡରେ ମାଓ ବ୍ୟାନର, ପୁଲିସ ଇନଫର୍ମରଙ୍କୁ ସରେଣ୍ଡର ପାଇଁ ଆହ୍ୱାନ

ଚନ୍ଦ୍ରପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନାର ହନୁମନ୍ତପୁର ବସଷ୍ଟାଣ୍ଡ ନିକଟରେ ଦୀର୍ଘ ବର୍ଷ ପରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଚନ୍ଦ୍ରପୁର, ହନୁମନ୍ତପୁର ଓ ଜାର୍ପାର କିଛି ଲୋକ ପୁଲିସ ଇନଫର୍ମର ସାଜି ପୁଲିସକୁ ଖବର ଦେଉଥିବାରୁ ସେମାନଙ୍କୁ ଫେବୃଆରୀ ୨୫ରେ ସରେଣ୍ଡର କରିବାକୁ ଏହି ବ୍ୟାନର ଜରିଆରେ ଆହ୍ୱାନ ଦିଆଯାଇଛି । ନଚେତ୍ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବ୍ୟାନରଟିକୁ ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ଦୀର୍ଘ ବର୍ଷ ପରେ ବ୍ୟାନର ଲଗାଯାଇଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ ଉଜଚୠ ଯବାନମାନେ ପହଞ୍ଚି ବ୍ୟାନରକୁ କାଢ଼ି ନେଇଥିବା ଜଣାପଡ଼ିଛି ।