ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଆର୍ଚ୍ଛା ଜଙ୍ଗଲରେ ଗତକାଲି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଘଟଣାରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ୩ଟି ରାଇଫଲ୍, ଅନେକ ଜୀବନ୍ତ ଗୁଳି, ମାଓ ପୋଷାକ, ଔଷଧ ଏବଂ ଧନୁ ତୀର ରହିଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବସ୍ତର ପୁଲିସ ପକ୍ଷରୁ ସୂଚନା ମିଳିଛି।