ପୁଲିସ-ମାଓବାଦୀ ଗୁଳି ବିନିମୟରେ ୨ ମାଓବାଦୀ ନିହତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେୱଡ଼ା ଜିଲ୍ଲାରେ ପୁଲିସ ମାଓବାଦୀ ଗୁଳି ବିନିମୟ ଘଟଣାରେ ୨ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଦନ୍ତେୱାଡ଼ା ଜିଲ୍ଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ମୁନଗାଁ ଜଙ୍ଗଲରେ ମାଓବାଦୀ ଥିବା ଖବରପାଇ ଡିଆରଜିର ଜବନାମାନେ ତଲାସି ଅଭିଯାନ ଆରମ୍ଭ କରିଥିଲେ।

ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିବା ବେଳେ ଏହାର ପ୍ରତିଜବାବରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। କିଛି ସମୟ ଗୁଳି ବିନିମୟ ପରେ ଜଙ୍ଗଲ ସୁବିଧା ନେଇ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ଯବାନମାନେ ଘଟଣାସ୍ଥଳରେ ତଲାସି କରିବାବେଳେ ୨ ଜଣ ମାଓବାଦୀଙ୍କ ମୃତ ଦେହ ମିଳିଥିଲା। ଏଥିସହ ଶବ ନିକଟରୁ ୨ ଟି ବନ୍ଧୁକ ସହ ବହୁ ମାତ୍ରାରେ ଡେଟୋନେଟର ଜବତ କରାଯାଇଛିା