ଶକ୍ତିଶାଳୀ ଭାରତ ଗଠନ ପାଇଁ ଆଗକୁ ଅନେକ ପଦକ୍ଷେପ ନିଆଯିବ– ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ମୋଦୀ ସରକାରର ଦ୍ୱିତୀୟ ପର୍ଯ୍ୟାୟକୁ ୬ମାସ ହୋଇଥିବା ବେଳେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏନଡିଏ ସରକାରଙ୍କ ଦ୍ୱାରା ବିଗତ ଦିନମାନଙ୍କରେ ଯେଉଁଭଳି ନିଷ୍ପତ୍ତି ନିଅଯାଇଛି ତାହା ଦେଶକୁ ବିକାଶ ଆଡକୁ ତ୍ୱରାନ୍ୱିତ କରିଛି।

ଏଥିସହ ଲୋକମାନଙ୍କୁ ସାମାଜିକ ସ୍ତରରେ କ୍ଷମତା ସପନ୍ନ କରିଛି ଏବଂ ଭାରତର ଏକତା ବୃଦ୍ଧି କରିଛି। ଏକ ଟ୍ୱିଟ୍‍ ବାର୍ତ୍ତାରେ ମୋଦୀ କହିଛନ୍ତି ଯେ ସରକାର ଆଗାମୀ ଦିନଗୁଡ଼ିକରେ ସରକାର ଅହୁରି ଅନେକ ଏପରି କାର୍ଯ୍ୟକରିବ ଯାହାଦ୍ୱାରା ଦେଶକୁ ସମୃଦ୍ଧ ଓ ଶକ୍ତିଶାଳୀ ହୋଇପାରିବ।

ସେ କହିଛନ୍ତି, ସବ୍‍ କା ସାଥ୍‍, ସବ୍‍ କା ବିକାଶ, ସବ୍‍ କା ବିଶ୍ୱାସର ମନ୍ତ୍ରରେ ଅନୁପ୍ରାଣିତ ହୋଇ ଓ ଦେଶର ୧୩୦ କୋଟି ଜନତାଙ୍କ ବିଶ୍ୱାସଭାଜନ ହୋଇ ଏନ୍‍.ଡି.ଏ. ସରକାର ଭାରତକୁ ବିକାଶପଥରେ ଆଗେଇ ନେବାକୁ ଅହରହ କାର୍ୟ୍ୟ କରୁଛନ୍ତି। ଏହା ଦେଶର ୧୩୦ କୋଟି ଲୋକଙ୍କୁ କ୍ଷମତାପନ୍ନ କରିବ ବୋଲି ସେ କହିଛନ୍ତି।