୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ମନୁ ଭାକର

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଯୁବ ସୁଟିଂ ଷ୍ଟାର ମନୁ ଭାକର ୨୦୧୯ ଆଇଏସଏସଏଫ୍ ବିଶ୍ୱକପ୍‌ରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ମହିଳାଙ୍କ ୧୦ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ମନୁ ଭାକର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହିନା ସିଦ୍ଧୁଙ୍କ ପରେ ମନୁ ବିଶ୍ୱକପ୍‌ରେ  ୧୦ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ଜିତି ଦ୍ୱିତୀୟ ଭାରତୀୟ ହୋଇଛନ୍ତି।

ସୂଚନା ଅନୁସାରେ ୧୭ ବର୍ଷୀୟ ମନୁ ଭାକର ଚୀନରପୁତିୟାନ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ ଟୁର୍ଣ୍ଣାମେଣ୍ଟରେ ୨୪୪.୭ ସ୍କୋର କରି ସଫଳତା ହାସିଲ କରିଛନ୍ତି।

ସେ ଜୁନିୟର ବିଶ୍ୱ ରେକର୍ଡ଼ ଭାଙ୍ଗି ଦେଇଛନ୍ତି। ଅପରପକ୍ଷରେ ୬ଷ୍ଠ ସ୍ଥାନରେ ଭାରତର ୟଶସ୍ୱିନୀ ସିଂହ ରହିଛନ୍ତି। ସେହିପରି ସର୍ବିୟାର ଜୋରାନା ଅରୁନୋବିଚ ରୂପା ପଦକ ଜିତିଥିବା ବେଳେ ଚୀନର କ୍ୱିଆନ ବାଂଗ ବ୍ରୋଞ୍ଜ ପଦକ ଜିତିଛନ୍ତି।