ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବଲାଙ୍ଗିରରେ ଫ୍ଲାଇ ଓଭର ପାଇଁ ପ୍ରସ୍ତାବ , ଜିଲ୍ଲାପାଳ ଅଫିସ ସ୍ଥାନାନ୍ତରଣ

ବଲାଙ୍ଗିର,ଏନ୍ଏନ୍ଏସ୍ : ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଖଣି , ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବଲାଙ୍ଗିର ଗସ୍ତରେ ଆସିଥିବାବେଳେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଏବଂ ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ମଧ୍ୟ ଉପସ୍ଥି ଥିଲେ । ବଲାଙ୍ଗିର ସହରରେ ବଢୁଥିବା ଜନସଂଖ୍ୟାକୁ ଆଖି ଆଗରେ ରଖି ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଏକ ଫ୍ଲାଇ ଓଭର ନିର୍ମାଣ ପାଇଁ ବିଧାୟକ ଶ୍ରୀ ମିଶ୍ର ପ୍ରସ୍ତାବ ରଖିଥିଲେ। ଏହି ଫ୍ଲାଇ ଓଭରଟି ସୁଦପଡା ରାସ୍ତାରୁ ଆସିଥିବା ସମଲେଶ୍ୱରୀ ମନ୍ଦିର, ସରକାରୀ ବସ ଷ୍ଟାଣ୍ଡ, ଭାଗରଥି ଛକ ଓ ଜିଲ୍ଲାପାଳ ବାସଭବନ ଦେଇ ଆଗକୁ ଯିବ।

ଏହା ହେଲେ ପ୍ରାୟତଃ ଏ ରାସ୍ତାରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ପୂର୍ଣ୍ଣମାତ୍ରାରେ ସମାଧାନ ହେବା ସଙ୍ଗେ ସଙ୍ଗେ ଭାରିଯାନମାନେ ମଧ୍ୟ ଅନାୟସରେ ସହର ଦେଇ ଯାତାୟତ କରିପାରିବ ବୋଲି ଶ୍ରୀ ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ । ପ୍ରସ୍ତାବକୁ ନେଇ ବୈଠକରେ ସହମତି ପ୍ରକାଶ ପାଇଥିଲା ଓ ଖୁବଶୀଘ୍ର ଏହାର ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରି ସରକାରଙ୍କ ପାଖକୁ ପଠାଯିବ ବୋଲି ନିଷ୍ପତି ହୋଇଥିଲା । ପରେ ଜିଲ୍ଲାପାଳ ଅଫିସ ଯୋଗୁଁ ମଧ୍ୟ ସହରକୁ ଅନେକ ଲୋକ ଆସୁଥିବାରୁ ଜିଲ୍ଲାପାଳ ଅଫିସ ସହର ବାହାରକୁ ନେଇ ଏକ ମିନି ସଚିବାଳୟର ରୂପରେଖରେ ଗୋଟିଏ ପରିସର ଭିତରେ ଜିଲ୍ଲାର ସମସ୍ତ ଅଫିସକୁ ରଖାଯିବାର ପ୍ରସ୍ତାବ ଦିଆଯାଇଥିଲା । ଏହା ଉପରେ ମଧ୍ୟ ସହମତ ପ୍ରକାଶ ପାଇଥିଲା ଓ ପ୍ରକଳ୍ପ ବିବରଣୀ ସରକାରଙ୍କ ନିକଟକୁ ପଠାଯିବାକୁ ନିଷ୍ପତି ହୋଇଥିଲା ।

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ଦରକାର ହେଉଥିବା ଜମି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଟିଟିଲାଗଡରେ ନିର୍ମାଣଧିନ ଫ୍ଲାଇ ଓଭର ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଟିଟିଲାଗଡ ଅଂଚଳରେ ଜାତୀୟ ରାଜପଥମାନଙ୍କର କାମର ସବିଶେଷ ରିପୋର୍ଟ ମାଗିବା ସହ ନିର୍ମାଣଥିବା ରାସ୍ତା ଗୁଡିକ ଶୀଘ୍ର ଶେଷ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ଟ୍ରକ ଟର୍ମିନାଲ ପାଇଁ ଯେତେ ଶୀଘ୍ର ହେବ ଜାଗା ନିରୁପଣ କରାଯିବ ବୋଲି ଜିଲ୍ଲାପାଳ ଉପସ୍ଥିତ ଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସହରର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଜାଗାରେ ପାର୍କିଂ ଜୋନ ଏବଂ ସାପ୍ତାହିକ ବଜାରରେ ଅତିଶୀଘ୍ର ଆଉ ଏକ ଦୈନିକ ବଜାର ନିର୍ମାଣର କାମକୁ ଶୀଘ୍ର ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଟିଟିଲାଗଡ ଏବଂ ବଲାଙ୍ଗିର ସହର ମଧ୍ୟରେ ବିଭିନ୍ନ ରାସ୍ତା, ଡ୍ରେନ ସମସ୍ୟା ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ବହୁ ପ୍ରତିକ୍ଷିତ ବଲାଙ୍ଗିର ବାଏପାସ କାମ ପାଇଁ ଜମି ଅଧିଗ୍ରହଣ ଅତିଶିଘ୍ର ଆରମ୍ଭ ହେବ ଏବଂ ଏହା ପାଇଁ ଦରକାର ହେଉଥିବା ଜମି ଅଧିଗ୍ରହଣ ପାଇଁ ମନ୍ତ୍ରୀସ୍ତରୀୟ ମଞ୍ଜୁରି ଗତ ୧୭ ତାରିଖରେ ମିଳିସାରିଛି ବୋଲି ଉପସ୍ଥିତ ଥିବା ଜାତୀୟ ରାଜପଥ ଅଧିକାରୀ ସୂଚନା ଦେଇଥିଲେ । ଜାତୀୟ ରାଜପଥର ବିଭିନ୍ନ ଜାଗାରେ ମରାମତି କାମ କିପରି ·ଲିଛି ତା ଉପରେ ମନ୍ତ୍ରୀ ଓ ବିଧାୟକଙ୍କୁ କାର୍ଯ୍ୟର ସ୍ଥିତି ସଂପର୍କର୍ୱେଧ୍ୟ ସେ ଜଣାଇଥିଲେ ।