୨୪ ଘଣ୍ଟାରେ ଆଣ୍ଡାମାନ ପହଞ୍ଚିବ ମୌସୁମୀ

ନୂଆଦିଲ୍ଲୀ,୧୯ା୫/ଏଜେନ୍ସି: ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ଶୁକ୍ରବାର ସନ୍ଧ୍ୟାରେ ବଙ୍ଗୋପସାଗର ଦକ୍ଷିଣପୂର୍ବ ନିକୋବର ଦ୍ୱୀନ ଏବ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ପ୍ରଭାବରେ ଆସନ୍ତା ପାଞ୍ଚଦିନ ଧରି କେରଳର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଏବଂ ପବନ ସହିତ ବର୍ଷା ହେବ । ବିଭାଗ ପକ୍ଷରୁ କୁହାଯାଇଛି ରାଜ୍ୟର ପାର୍ବତ୍ୟାଞ୍ଚଳକୁ ଛାଡ଼ିଦେଲେ ବାକି ଅଞ୍ଚଳରେ ତାପାମାତ୍ରାରେ ବୃଦ୍ଧି ଯୋଗୁଁ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଆଗାମୀ ତିନିରୁ ଚାରିଦିନ ମଧ୍ୟରେ ଏହା ବଙ୍ଗୋସାଗରର ଅନ୍ୟ ଅଞ୍ଚଳକୁ ଗତି କରିବ ବୋଲି କୁହାଯାଇଛି । ସୂଚନା ଯୋଗ୍ୟ, ଚଳିତ ଥରର ମୌସୁମୀ ସାମାନ୍ୟ ବିଳମ୍ବିତ ହୋଇ ଜୁନ୍ ୧ ତାରିଖରେ କେରଳ ଛୁଇଁବ ବୋଲି ଏହା ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ।