ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ କାଲି ୧୦୦ତମ ଏପିସଡ ପୂରଣ କରିବ । କାଲି ୧୧ଟାରେ ଏହାର ପ୍ରସାରଣ ହେବ । ଏହି ପରିପ୍ରେକ୍ଷୀରେ ସୁପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ସମୁଦ୍ରରେ ମୋଦୀଙ୍କ ଫଟୋ ସହ ୧୦୦ ଏପିସୋଡର ଚିତ୍ର ଆଙ୍କିଛନ୍ତି । ଏଥିରେ ପାଖାପାଖି ୭ ଟନର ବାଲି ଉପଯୋଗ ହୋଇଛି।
ସୂଚନାଯୋଗ୍ୟ, ‘ମନ କି ବାତ’ କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ୨୦୧୪ ଅକ୍ଟୋବର ୩ ତାରିଖରେ ପ୍ରସାରିତ ହୋଇଥିଲା ।