ମନମୋହନ ସିଂହଙ୍କ ଘରେ ଲାଗିଲା କ୍ୱାରେଣ୍ଟାଇନ୍ ନୋଟିସ୍ !

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଇତି ମଧ୍ୟରେ ଦିଲ୍ଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାସଭବନରେ କ୍ୱରେଣ୍ଟାଇନ୍ ନୋଟିସ ଲାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କ୍ୱାରେଣ୍ଟାଇନ୍ ନୋଟିସ ଲାଗିବା ପରେ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ କଂଗ୍ରେସ ନେତା ଚିନ୍ତା ପ୍ରକଟ କରିଥିଲା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦିଲ୍ଲୀର ୩, ମୋତିଲାଲ ନେହେରୁ ପ୍ଳେସ ବାସଭବନରେ ରୁହନ୍ତି। ତାଙ୍କ ବାସଭବନରେ କାର୍ଯ୍ୟ କରୁଥିବା ଜଣେ ସହାୟକଙ୍କ ଝିଅ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବାସଭବନରେ କ୍ୱାରେଣ୍ଟାଇନ୍ ନୋଟିସ ଲଗାଯାଇଥିବା ଜଣାପଡିଛି। ଏହା ସହ ସହାୟକଙ୍କ ସମଗ୍ର ପରିବାରକୁ ସଂଗରୋଧରେ ରଖାଯାଇଛି। ତାଙ୍କ ବାସଭବନକୁ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି। ତେବେ ବାହାରକୁ ଯିବା ପାଇଁ ବା କାହା ସହ ଦେଖା କରିବା ପାଇଁ ଅନୁମତି ନ ଥିବାରୁ ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବୈଠକରେ ଭାଗ ନେଉଛନ୍ତି।