ଚିଦାମ୍ବରମଙ୍କୁ ଭେଟିଲେ ସୋନିଆ ଗାନ୍ଧୀ ଓ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅସ୍ଥାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ତିହାର ଜେଲ୍‌କୁ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଭେଟିଛନ୍ତି। ତେବେ ଦିନେ ଏହି ଜେଲର ମୁଖ୍ୟ ଅତିଥି ଭାବେ ପି ଚିଦାମ୍ବରମର ଯୋଗଦେଇଥିବାବେଳେ ଆଜି ସେହି ଜେଲରେ ନିଜେ କଏଦୀ ହୋଇଛନ୍ତି। ସେହିପରି ଏହି ଜେଲରେ କଂଗ୍ରେସ ନେତାଙ୍କ ସାକ୍ଷାତ ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ନାହିଁ ବୋଲି କୁହାଯାଇଥିଲା।

ସେପ୍ଟେମ୍ବର ୫ ତାରିଖରୁ ଜେଲ୍‌ରେ ଥିବା ଚିଦମ୍ବରମ୍‌ଙ୍କୁ ସୋନିଆ ଓ ମନମୋହନ ଭେଟି ତାଙ୍କ ସହ ସେ ଅଛନ୍ତି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଚିଦମ୍ବରମ୍‌ ଅଦାଲତରୁ କୌଣସି ଆଶ୍ୱସ୍ତି ପାଇନାହାନ୍ତି। ସେହିପରି ସୋମବାର ଦିନ ତାଙ୍କ ଆବେଦନର ଶୁଣାଣି କରାଯିବ ବୋଲି ଜଣାଯାଇଛି।