ବିଶ୍ୱ ମହିଳା ବକ୍ସିଂ ଚମ୍ପିଆନସିପରେ କ୍ୱାର୍ଟର ଫାଇନାଲରେ ମଞ୍ଜୁରାଣୀ

ଉଲ୍ଲାନ୍‍ ଉଦେ : ବିଶ୍ୱ ମହିଳା ବକ୍ସିଂ ଚମ୍ପିଆନସିପରେ ଭାରତୀୟ ଖେଳାଳି ମଞ୍ଜୁରଣୀ ଙ୍କ ଜଲବା ଦେଖିବାକୁ ମିଳିଛି । ରୁଷିଆର ଉଲ୍ଲାନ୍‍ ଉଦେଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚମ୍ପିଆନସିପର ୪୮ କିଲୋଗ୍ରାମ ବର୍ଗରେ ଭାରତର ମଞ୍ଜୁରାଣୀ କ୍ୱାର୍ଟର ଫାଇନାଲ୍‍କୁ ପ୍ରବେଶ କରିଛନ୍ତି।

ତେବେ ଏହି ପ୍ରତିଯୋଗିତାରେ ଷଷ୍ଠ ମାନ୍ୟତା ପ୍ରାପ୍ତ ଭାରତୀୟ ଖେଳାଳୀ ମଞ୍ଜୁରାଣୀ ସୋମବାର ୫-୦ରେ ଭେନିଜୁଏଲାର ରୋଜାସ୍‍ ସିଡେନୋଙ୍କୁ ପରାସ୍ତ କରି ପ୍ରତିଯୋଗୀତାରେ ପଦକ ଜିତିବାର ଆଶାକୁ ଉଜ୍ଜୀବିତ ରଖିଛନ୍ତି। ପରବର୍ତ୍ତୀ ମ୍ୟାଚରେ ସେ ଦକ୍ଷିଣ କୋରିଆର କିମ୍‍ ହ୍ୟାଙ୍ଗ୍‍ମିଙ୍କ ସହ ମୁକାବିଲା କରିବେ।

ଆସନ୍ତା ଗୁରୁବାର ଦିନ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ୬ଥର ବିଶ୍ବ ଚମ୍ପିଆନ ମ୍ୟାରିକମ୍ ମଙ୍ଗଳବାର ଠାରୁ ତାଙ୍କର ଅଭିଯାନ ଆରମ୍ଭ କରିବେ। ୫୧ କିଲୋଗ୍ରାମ ବର୍ଗରେ ସେ ଥାଇଲାଣ୍ଡର ଜୁଟାମାସ ଜିତପଙ୍ଗଙ୍କୁ ଭେଟିବେ।