ସିସୋଦିୟାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ରାଜସ୍ୱ ନୀତି ସହ ଜଡ଼ିତ ଥିବା ଇଡ଼ି ମାମଲାରେ ସିସୋଦିୟାଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଦେଇଛନ୍ତି । ଉକ୍ତ ମାମଲାରେ ଆମ ଆଦମି ପାର୍ଟିର ପୂର୍ବ ମିଡିଆ ପ୍ରଭାରୀ ବିଜୟ ନାୟର, ହାଇଦ୍ରାବାଦ ଉଦ୍ୟୋଗୀ ଅଭିଷେକ ବୋଇନପଲ୍ଲୀ ଓ ବିନାୟ ବାବୁଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟରେ ମନିଷ ସିସୋଦିୟାଙ୍କ ଜାମିନକୁ ଇଡି ବିରୋଧ କରିଥିଲା । ଇଡି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ, ସିସୋଦିୟାଙ୍କ ପାଖରେ ୧୮ରୁ ଅଧିକ ମନ୍ତ୍ରଣାଳୟ ଥିଲା । ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ତାଙ୍କୁ ଜାମିନ ପ୍ରଦାନ କଲେ ସେ ଯାଞ୍ଚକୁ ପ୍ରଭାବିତ କରିପାରନ୍ତି ।

ସୂଚନାଯୋଗ୍ୟ, ମନିଷ ସିସୋଦିୟାଙ୍କୁ ଫେବୃଆରୀ ୨୬ରୁ ସିବିଆଇ ଗିରଫ କରିଛି । ସେବେଠୁ ସେ ତିହାଡ଼ ଜେଲରେ ଅଛନ୍ତି।