ମାଣିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ତ୍ରିପୁରା: ମାଣିକା ଶାହା ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିପ୍ଳବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅନେକ ନାମକୁ ନେଇ ଚର୍ଚ୍ଚା ହୋଇଥିଲା ଯେଉଁଥିରେ ମାଣିକ ଶାହାଙ୍କ ନାମ ମଧ୍ୟ ସାମିଲ ଥିଲା । ହେଲେ ବିଜେପି ବିଧାୟକ ଦଳର ବୈଠକରେ ମାଣିକ ଶାହାଙ୍କ ନାମରେ ମୋହର ଲାଗିଥିଲା । ଶପଥ ନେବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ସେଥିପାଇଁ ସେ ରାଜଭବନ ବାହାରି ସାରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମାଣିକ ଶାହା ବର୍ତ୍ତମାନ ସମୟରେ ତ୍ରିପୁରା ରାଜ୍ୟ ବିଜେପି ସଭାପତି ସହ ରାଜ୍ୟସଭା ସଦସ୍ୟ ମଧ୍ୟ ଅଛନ୍ତି । ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ପାର୍ଟି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁଦାୟିତ୍ୱ ପ୍ରଦାନ କରିଛି । କାହିଁକି ନା ଗତ କିଛିଦିନ ହେବ ତ୍ରିପୁରାରେ ବିଜେପି ନେତାଙ୍କ ପାର୍ଟି ଛାଡ଼ିବାର ଧାରା ଜାରି ରହିଥିଲା । ଆଉ ଏହା ପଛର କାରଣ ବିପ୍ଳବ କୁମାର ଦେବ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।