ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରୁ ଉଚ୍ଛେଦ ପ୍ରକ୍ରିୟା ଜାରି, ଭଙ୍ଗାଗଲା ମଙ୍ଗୁମଠ

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ମଙ୍ଗୁମଠ ଉଚ୍ଛେଦ ହେଉଛି। ଏ ନେଇ ଆଜି ସକାଳୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗତକାଲି ଏମାର ମଠର ଅବଶିଷ୍ଟାଂଶ ଭଙ୍ଗାଯାଇଥିଲା।

ମଠର ମନ୍ଦିର, ଗାଦୀ ଗୃହ ଓ ମହନ୍ତଙ୍କ ବାସଗୃହକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଙ୍ଗାଯିବ। ଏହି ମଠର ଲଜିଂ ଏବଂ ହୋଟେଲ ସହିତ ୨୦ଟି ଦୋକାନ ରହିଛି। ତେବେ ସେଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯିବ।

ତେବେ ମଠ ଉଚ୍ଛେଦ ପାଇଁ ଘଟଣାସ୍ଥଳରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ଉଚ୍ଛେଦ ସମ୍ପର୍କରେ ପୂର୍ବରୁ ମଠ ମହନ୍ତଙ୍କ ସହିତ ପ୍ରଶାସନ ଆଲୋଚନା କରିସାରିଥିବା ଜଣାଯାଇଛି।