ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। କେବଳ ଏତିକି ନୁହେଁ ଭୁବନେଶ୍ୱର ଘରେ ପୁଲିସ ରେଡ଼୍ କରିଛି।

ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ଼୍ କରି ଚାନ୍ଦବାଲି ପୁଲିସ। କେବଳ ଏତିକି ନୁହେଁ ତାଙ୍କ ଅଫିସରେ ମଧ୍ୟ ରେଡ଼୍ କରୁଛନ୍ତି ୩ ଜଣିଆ ପୁଲିସ ଟିମ୍। କିଛି ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛି ପୁଲିସ। ଶର୍ମିଷ୍ଠା ରାଉତଙ୍କ ସର୍ମ୍ପକୀୟଙ୍କ ଘରେ ମଧ୍ୟ ରେଡ଼୍ ଚାଲିଛି। ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱରଙ୍କୁ ପୁଲିସ ନିଜ କବଜାକୁ ନେଇଛି।

ପରମେଶ୍ୱର ରାଉତଙ୍କୁ ଆନ୍ଧ୍ରପ୍ରଦେଶ ବିଜୟୱାଡାରୁ ପୁଲିସ ଧରିଛି। ପରମେଶ୍ୱର ବିଜୟୱାଡାରୁ ରହି ଶର୍ମିଷ୍ଠାଙ୍କ ଫେରାର ପ୍ଲାନ୍ କରୁଥିଲେ। ତେବେ ଏହି ମାମଲାରେ ପରମେଶ୍ୱରଙ୍କ ଠାରୁ ଅନେକ ଗୁମର ଫିଟିପାରେ ବୋଲି ଆଶା କରାଯାଉଛି। ସେଠାରେ ପରମେଶ୍ୱରଙ୍କୁ ମୋବାଇଲକୁ ଟ୍ରାକ କରି ପୁଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇବାକୁ ଉଦ୍ୟମ କରୁଛି। ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମୋବାଇଲ ବ୍ୟବହାର କରୁଥିବା ପୁଲିସ ଅନୁମାନ କରୁଛି।