କାର୍ଯ୍ୟଭାର ଗ୍ରହଣ କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବୁଧବାର ଉପଦେଷ୍ଟା ଗଣମାଧ୍ୟମ ଏବଂ ଲୋକସମ୍ପର୍କ ଭାବେ ଆଇଏଣ୍ଡପିଆର ବିଭାଗ ମୁଖ୍ୟ କାର୍ୟାଳୟରେ କାର୍ୟ୍ୟରେ ଯୋଗଦାନ କରିଛନ୍ତି। ଯୋଗଦାନ କରିବା ସମୟରେ ବିଭାଗର ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶକ ଏବଂ ଅନ୍ୟାନ କର୍ମର୍କର୍ତ୍ତା ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମଙ୍ଗରାଜଙ୍କୁ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ କରିବା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମଧ୍ୟ ପ୍ରଦାନ କରିଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ଜଣେ ଅତ୍ୟନ୍ତ ଆମାୟିକ ଓ ମେଳାପି ବ୍ୟକ୍ତିତ୍ବର ଅଧିକାରୀ ହୋଇଥିବାରୁ ଆଗକୁ ଗଣମାଧ୍ୟମର ସମସ୍ତ ସୁବିଧା ଅସୁବିଧାକୁ ହୃଦୟଙ୍ଗମ କରି ଉପଯୁକ୍ତ ପରାମର୍ଶ ଦେବେବୋଲି ଆଶା କରାଯାଉଛି।