ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ନୂଆ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ। ଆଜି ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ପଚରା ଉଚରା କରାଯିବା ସମୟରେ ନୂଆ ତଥ୍ୟର ହୋଇଛି ଖୁଲାସା।
କ୍ରାଇମବ୍ରାଞ୍ଚ ର ସୂଚନା ଅନୂଯାଇ ବିବାଦୀୟ ମେମୋରୀ ଚିପ୍ ଦେବା ପାଇଁ ମାନଓ ସ୍ୱାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ମାଗୁଥିଲେ ଏହାକୁ ନେଇ ପୂର୍ବରୁ ମଧ୍ୟ ଥରେ ଉଭୟ ନିରଞ୍ଜନ ଓ ଶର୍ମିଷ୍ଠା ମାନସଙ୍କୁ ମାଡ଼ ମାରିଥିଲେ।
ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ ଜାନୁଆରୀ ୩୦ରେ ପୁଣି ଥରେ ଶର୍ମିଷ୍ଠା ଓ ନିରଞ୍ଜନ ତାଙ୍କୁ ସମ୍ପୂର୍ଣ୍ଣ ଅଫିସ୍ କୁ ଡାକିଥିଲେ ଏହାପରେ ଉଭୟ ସେଠାରେ ତାଙ୍କୁ ଚିପ୍ ମାଗି ମାଡ଼ ମଧ୍ୟ ମାରିଥିଲେ। ଏହାପରେ ତାଙ୍କୁ ନେଇ ପୁଣି ଥରେ ଦୟାଲ ଆଶ୍ରମରେ ରଖିଥିଲେ ଯେଉଁଠାରୁ ମାନଓ ଖସିଥିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା।